ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ ଋଷି ସୁନକ

ଋଷି ସୁନକ ଆଜି ତାଙ୍କ ପତ୍ନୀ ଅକ୍ଷତା ମୂର୍ତିଙ୍କ ସହ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ।

ଦିଲ୍ଲୀର ପ୍ରିୟ ରେଷ୍ଟୁରାଂଟକୁ ଯିବେ

ନୂଆଦିଲ୍ଲୀ,୧୦/୯: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ତାଙ୍କ ପତ୍ନୀ ଅକ୍ଷତା ମୂର୍ତିଙ୍କ ସହ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ଏହା ହେଉଛି ପ୍ରଥମ ସରକାରୀ ଭାରତ ଗସ୍ତ । ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶ୍ରୀ ସୁନକଙ୍କୁ ଅକ୍ଷରଧାମ ମନ୍ଦିରର ବରିଷ୍ଠ ନେତୃବୃନ୍ଦମାନେ ସ୍ୱାଗତ କରିବା ସହ ବୋଚସନ୍ୱାସି ଅକ୍ଷର ପୁରୁଷୋତମ ସ୍ୱାମୀନାରାୟଣ ସଂସ୍ଥା (ବିଏପିଏସ)ର ଅଧ୍ୟାତ୍ମିକ ଗୁରୁ ମହନ୍ତ ସ୍ୱାମୀ ମହାରାଜାଙ୍କ ତରଫରୁ ଏକ ସ୍ୱତନ୍ତ୍ର ବାର୍ତା ଦେଇଥିଲେ । ସୁନକ ଓ ଅକ୍ଷତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରର କଳା ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ । ଏହା ପରେ ଶ୍ରୀ ସୁନକ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତ କାଲି ଋଷି ନିଜ ମୂଳ ହିନ୍ଦୁକୁ ନେଇ ଅତ୍ୟନ୍ତ ଗର୍ବ ପ୍ରକାଶ କରି କହିଥିଲେ ଯେ, ଭାରତରେ କେ ହିନ୍ଦୁ ଦେବାଦେବୀ ମନ୍ଦିରକୁ ଯିବା ପାଇଁ ସମୟ ପାଇବେ ବୋଲି ଆଶା ରଖିଛନ୍ତି । ଏହା ସହ ସେମାନଙ୍କର ପ୍ରିୟ ଦିଲ୍ଲୀ ରେହ୍‌ଟୁରାଂଟକୁ ଯିବା ପାଇଁ ମଧ୍ୟ ଯୋଜନା କରିଛନ୍ତି ।