ଗଡିଲା ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଆଜି ଶୁଭାରମ୍ଭ ହୋଇଛି।

ପୁରୀ-ତାଳଚେର ଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଆଜି ଆରମ୍ଭ ହୋଇଛି। ପୁରୀ-ତାଳଚେର ରୋଡ ଷ୍ଟେସନ ମଧ୍ୟରେ ଏହି ଯାତ୍ରା ପରୀକ୍ଷାମୂଳକ ଭାବେ କରାଯାଇଛି। ଆଜି ସକାଳେ ଏହି ଟ୍ରେନ୍ ପୁରୀ ରେଳ ଷ୍ଟେସନରୁ ବାହାରିଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ତାଳଚେର ରୋଡ୍ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପୁରୀ-ତାଳଚେର ମଧ୍ୟରେ ଏହି ଯାତ୍ରାରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ଷ୍ଟପେଜ ରହିବ। ଏହି ଷ୍ଟେସନରେ ଟ୍ରେନ୍ ମାତ୍ର ୨ ମିନିଟ୍ ଅଟକିବ।

ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ମେ ୧୮, ୨୦୨୩ରେ ଆରମ୍ଭ ହୋଇଥିବା ବେଳେ ଏହା ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ସପ୍ତାହରେ ୬ ଦିନ ଚଳାଚଳ କରିବାର ଥିଲା। ଗତ ଅଗଷ୍ଟ ୧୪ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବ୍ ଶୀଘ୍ର ଓଡ଼ିଶାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ।