ଆଜିଠୁ ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହେବ।

ଦଳର ସଦସ୍ୟଙ୍କୁ ତାଲିମ ଦେବେ ମାଷ୍ଟର ଟ୍ରେନର

ଭୁବନେଶ୍ୱର: ସୋମବାରଠାରୁ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୧୯ ପର୍ଯ୍ୟନ୍ତ ଚାଲିବ। ଏହି ୩୯ ଦିନ ମଧ୍ୟରେ ୪ଟି ପର୍ଯ୍ୟାୟରେ ଦଳର ୮୦୦ ସକ୍ରିୟ ସଦସ୍ୟଙ୍କୁ ମାଷ୍ଟର ଟ୍ରେନର ତାଲିମ ଦେବେ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ଟିମ୍ ବିଜେଡି’ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି। ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସକ୍ରିୟ କର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ୩ଦିନରେ ୧୪୭ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କୁ ତାଲିମ ଦିଆଯିବାର ଯୋଜନା କରାଯାଇଛି। ପ୍ରତି ପଞ୍ଚାୟତର ୪ ଜଣ ସକ୍ରିୟ ସଦସ୍ୟ ଓ ପ୍ରତି ନିର୍ବାଚନ ମଣ୍ଡଳୀରୁ ୨୦୦ ଜଣଙ୍କୁ ତାଲିମ ଦିଆଯିବ।