ଆସିବେ ମା’ ଦୁର୍ଗା

କଟକରେ ଦୁର୍ଗାପୂଜା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି ।

ଚାଲିଛି ଜୋରସୋର ପ୍ରସ୍ତୁତି

କଟକ,୧୨/୯: ଆଉ ମାସେ ଗଲେ ଧରିତ୍ରୀ ପୃଷ୍ଠରେ ଅବତରଣ କରିବେ ମା’ ଦୁର୍ଗା । ଖୁବ ଜାକଜମକରେ ପାଳିତ ହେବ ଏବର୍ଷର ଦଶହରା । ଏନେଇ ଆଗୁଆ ପ୍ରସ୍ତୁତ ହେଲେଣି ଆୟୋଜକ । କେଉଁଠି ମେଢ ପାଇଁ ପ୍ରସ୍ତୁତି ତ ଆଉ କେଉଁଠି ମା’ଙ୍କ ଅଳଙ୍କାର ଗଢେଇବା ଓ ସଫା କରିବା ପାଇଁ ପ୍ରସ୍ତୁତି । କଟକ ପ୍ରସିଦ୍ଧ ଦଶହରାରେ ଦୁର୍ଗାପୂଜା ମଣ୍ଡପ ବ୍ୟତୀତ ଚାନ୍ଦି ମେଢ ଅନ୍ୟତମ ଆକର୍ଷଣ । ଏଠାରେ ପ୍ରସିଦ୍ଧ ଦଶହରା ଦେଖିବା ପାଇଁ ସାରା ରାଜ୍ୟରୁ ଲୋକ ଏକାଠି ହୋଇଥାନ୍ତି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ରୂପା ଅଳଙ୍କାରରେ ସଜ୍ଜା ଚାନ୍ଦି ମେଢକୁ ପ୍ରାଧାନ୍ୟ ଦିଆଯାଇଛି । ପୂଜା ଉତ୍ସବକୁ ଧ୍ୟାନରେ ରଖି ସୁନା ରୂପା କାରିଗରମାନେ ମା’ଙ୍କ ଗହଣା ସଫା କରିବା ଗଢିବାରେ ଲାଗି ପଡିଲେଣି । କଟକର ପ୍ରାୟ ୧୬୦ଟି ମଣ୍ଡପରେ ଚଳିତ ବର୍ଷ ୩୦ଟି ମଣ୍ଡପରେ ଚାନ୍ଦି ମେଢ କରାଯିବ । ସେହିପରି ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ଏବଂ ଶାନ୍ତିପୂର୍ଣ୍ଣ ଭାବେ କିପରି ଦଶହରା ସରିବ ସେ ନେଇ କଟକ ମହାନଗର ନିଗମ ପକ୍ଷରୁ ଶାନ୍ତି କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।