ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଭୁବନେଶ୍ବର: ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ଲକ୍ଷପତି ହେବାର ଆଶା ନେଇ ଏହି ବେପାର କରୁଥିଲା ବୋଲି ଅବକାରୀ ଅଧିକାରୀ କହିଛନ୍ତି ।