ବଢୁଛି ଜଳସ୍ତର, ଆଜି ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ସୋମବାର ଖୋଲିବ ହୀରାକୁଦ ଜଳଭଣ୍ଡାର । ପୂର୍ବାହ୍ନ ପ୍ରାୟ ୧୧ଟାରେ ବନ୍ଧର ବାମ ପାଶ୍ୱର୍ (ହୀରାକୁଦ ପଟ)ର ସପ୍ତମ ଗେଟ୍‌ ପ୍ରଥମ କରି ଖୋଲିବ । ଉଭୟ ପଟର ମୋଟ୍‌ ୫ଟି ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି । ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଯେତିକି ପାଣି ଆସିବ ସବୁ ନିଷ୍କାସନ କରିବାକୁ ସ୍ଥିର ହୋଇଛି । ସେପଟେ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୧୦ ଫୁଟ୍‌ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହାରାହାରି ୨୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରବିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଗେଟ୍‌ ଖୋଲିବା ବେଳକୁ ଜଳସ୍ତର ପ୍ରାୟ ୬୧୨ ଫୁଟ୍‌ ଯାଏ ପହଞ୍ଚିବାର ଆକଳନ କରାଯାଇଛି ।