ହାଙ୍ଗଝୋ ଏସୀୟ କ୍ରୀଡାରେ ଭାଗ ନେଇଥିବା ଓଡିଆ ଖେଳାଳୀଙ୍କୁ ସହାୟତା ରାଶି

ହାଙ୍ଗଝୋ ୨୦୨୨ ଏସୀୟ କ୍ରୀଡାରେ ଭାଗ ନେବାକୁ ଯାଉଥିବା ଓଡିଆ ଖେଳାଳୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥିକ ସହାୟତା ଘୋଷଣା କରିଛନ୍ତି ।

୧୦ ଲକ୍ଷ ଘୋଷଣା କଲେ ନବୀନ

ଭୁବନେଶ୍ୱର,୧୩/୯: ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ଯାଏଁ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ହାଙ୍ଗଝୋ ୨୦୨୨ ଏସୀୟ କ୍ରୀଡାରେ ଭାଗ ନେବାକୁ ଯାଉଥିବା ରାଜ୍ୟର କ୍ରୀଡାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ ଆତଲେଟମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହା ସହ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, କ୍ରୀଡାବିତମାନେ ଏହି ପ୍ରୋତ୍ସାହନ ରାଶି ଦ୍ୱାରା ସେମାନଙ୍କ ପ୍ରଶିକ୍ଷଣ ଓ ପ୍ରଦର୍ଶନ ଉପରେ ଧ୍ୟାନ କେନ୍ଦ୍ରୀତ କରିପାରିବେ ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
ହାଙ୍ଗଝୋ ୨୦୨୨ ଏସୀୟ କ୍ରୀଡା ପାଇଁ କିଶୋର ଜେନାଙ୍କ ସମେତ ଓଡିଶାର ୧୩ ଜଣ ଆଥଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହକିରେ ଦୀପ୍ ଗ୍ରେସ ଏକ୍କା ଓ ଅମିତ ରୋହିଦାସ; ଫୁଟବଲରେ ପ୍ୟାରୀ ଜାକ୍ସା; ରଗବୀରେ ଡୁମୁଣୀ ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝୀ; ରୋଇଂରେ ଅଂଶୀକା ଭାରତୀ, ରୀତୁ କଉଡି ଓ ସୋନାଲି ସ୍ୱାଇଁ; ଜୁ-ଜିତସୁରେ ଅନୁପମା ସ୍ୱାଇଁ; କାୟାକିଙ୍ଗ ଓ କାନୋଇଂରେ ନେହା ଦେବୀ ଲେଇଚୋନ୍ଦମ ପ୍ରମୁଖ ରହିଛନ୍ତି ।