ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ

ରଜୌରୀରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜଣେ ଯବାନ ସହିଦ

ଜମ୍ମୁ/କାଶ୍ମୀର,୧୩/୯: ଜମ୍ମୁ- କାଶ୍ମୀରର ରଜୌରି ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି, ରଜୌରୀର ନର୍ଲା ଅଂଚଳରେ ଚାଲିଥିବା ଏନକାଉଂଟରରେ ଦ୍ୱିତୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କ ସମେତ ୩ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏନକାଉଂଟର ସମୟରେ ଗୋଟିଏ ୬ ବର୍ଷର କୁକୁର ନିଜ ହ୍ୟାଣ୍ଡଲରକୁ ରକ୍ଷା କରି ନିଜ ଜୀବନକୁ ମଧ୍ୟ ବଳି ଦେଇଛି ।