ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଦଳର ସର୍ବେସର୍ବା: ରଣେନ୍ଦ୍ର

ସୌମ୍ୟରଞ୍ଜନଙ୍କ ବିଜେଡି ଉପସଭାପତି ପଦ ଚାଲିଯିବା ପରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି ।

ଓଡିଶାରେ ଗୁମାସ୍ତା ଶାସନ ଚାଲିଛି : ନରସିଂହ

ଭୁବନେଶ୍ୱର,୧୩/୦୯: ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଓଡିଶାରେ ଗୁମାସ୍ତା ଶାସନ ଚାଲିଛି। ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସୌମ୍ୟରଞ୍ଜନଙ୍କ ବିଜେଡି ଉପସଭାପତି ପଦ ଚାଲିଯିବା ପରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏ ନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆମ ଦଳର ସର୍ବେସର୍ବା। ତାଙ୍କ ନିଷ୍ପତ୍ତି ଆମ ପାଇଁ ଆଦେଶ। ସେଥିରେ କାହାର କିଛି କହିବାର ନାହିଁ। ନରସିଂହ ଭାଇ କେଉଁ ଦଳରେ ଅଛନ୍ତି, ସେ ନିଜ ଦଳ କଥା ବୁଝନ୍ତୁ। ଆମ ଦଳ କଥାରେ କାହିଙ୍କି ଏତେ ମୁଣ୍ଡ ଖେଳାଉଛନ୍ତି । ସେ ନିଜ ଦଳର ଶୃଙ୍ଖଳା କଥା ବୁଝନ୍ତୁ. ସେ ନିଜ କଥା ନିଜେ ବୁଝନ୍ତୁ। ଆମ ଦଳରେ ମୁଣ୍ଡ ଖେଳାଇବା ତାଙ୍କର ଦରକାର ନାହିଁ। ସମସ୍ତଙ୍କ ମତ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଉପରେ ଯୁକ୍ତିତର୍କ ହେବା ଅନୁଚିତ।