ରାୟଗଡା ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି

ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ପ୍ରତ୍ୟେକ ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାରେ ଆନ୍ଦୋଳନ କରୁଛି ବିଜେପି: ମନମୋହନ ସାମଲ

ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି

ଗୁଣୁପୁର/ବିଷମକଟକ/ଭୁବନେଶ୍ୱର, ତା.୧୪/୦୯: ଶିକ୍ଷକମାନେ ସମାଜର ମେରୁଦଣ୍ଡ । ଶିକ୍ଷକମାନେ ଭବିଷ୍ୟତ ପିଢ଼ୀର ନିର୍ମାଣକାରୀ । ପ୍ରାଥମିକ ଶିକ୍ଷାବ୍ୟବସ୍ଥା ସୁଦୃଢ ହେବା ଉଚିତ୍ । ମାତ୍ର ରାଜ୍ୟରେ ବିଜେଡି ସରକାରର ଶିକ୍ଷାମାରଣ ନୀତି କାରଣରୁ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଶିକ୍ଷକମାନେ ନିଜର ମୈାଳିକ ସୁବିଧା ଓ ନ୍ୟାର୍ଯ୍ୟ ହକ୍ ପାଇଁ ବାରମ୍ବାର ଆନ୍ଦୋଳନ କରୁଥିଲେ ସୁଦ୍ଧା ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ବିଭିନ୍ନ ସମସ୍ୟା ଘେରରେ ଥିବା ଶିକ୍ଷକମାନେ ବାରମ୍ବାର ପ୍ରତାରଣାର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷା ନୀତି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷା ମନୁଷ୍ୟକୁ ଦିଗ୍‌ଦର୍ଶନ ଦିଏ କିନ୍ତୁ ସେହି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନଷ୍ଟ କରିସାରିଛନ୍ତି । ଦୀର୍ଘଦିନ ହେବ ରାଜ୍ୟ ସରକାର ସ୍କୁଲରେ ଠିକାନିଯୁକ୍ତି ଦେଉଛନ୍ତି, ସ୍କୁଲର ଶିକ୍ଷକଙ୍କ ଅଭାବ ରହିଛି । ଯେଉଁଠି ଶିକ୍ଷକ ଅଛନ୍ତି ସେମାନଙ୍କୁ ଦରମା ଦେଉନାହାନ୍ତି । ଶିକ୍ଷାଦାନ ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଲକ୍ଷ ଲକ୍ଷ ଶିକ୍ଷକ । ଏନେଇ ଆଜିଠୁ ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ଓ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଗୁଣୁପୁର, ରାମଣାଗୁଡା ଏବଂ ବିଷମକଟକଠାରେ ଭେଟି ତାଙ୍କ ଦାବୀ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏଥି ସହ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ ଗାଁ, ପଂଚାୟତ, ବ୍ଲକ, ଜିଲ୍ଲାସ୍ତରରେ ଆନ୍ଦୋଳନ ପାଇଁ ଡାକରା ଦେଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଦକ୍ଷିଣ ଓଡିଶା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି । ଗୁଣୁପୁରଠାରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ସାମଲଙ୍କୁ ପ୍ରସିଦ୍ଧ ସିଦ୍ଧ ବିନାୟକ ମନ୍ଦିରକୁ ଆସି ଦର୍ଶନ କରିଥିଲେ । ଏହାପରେ ରାଜ୍ୟ ସଭାପତି  ଶ୍ରୀ ସାମଲ ପୁଲୱାନା ସହିଦ ପୀତବାସ ବେହେରାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ତାଙ୍କ ଘରୁ ମାଟି ସଂଗ୍ରହ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ । ରାୟଗଡା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ସ୍ୱର୍ଗତଃ ରବି ପାଢୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରୀ ସାମଲ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାମଣାଗୁଡାଠାରେ ଅନୁଷ୍ଠିତ ହୋଇଥିବା ବିଧାନସଭାସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ।

ଏହା ପରେ ରାଜ୍ୟ ସଭାପତି ବିଷମ କଟକ ଗସ୍ତରେ ଯାଇ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେବା ସହିତ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।