ସରକାରୀ ଛାତ୍ରବୃତ୍ତି ପ୍ରଦର୍ଶନ କରୁଥିବା ହୋର୍ଡିଂ ଲଗାଇବେ ଓଡ଼ିଶା କଲେଜ ଓ ବିଶ୍ୱବିଦ୍ୟାଳୟ

ସରକାରୀ ଅନୁଦାନପ୍ରାପ୍ତ ଛାତ୍ରବୃତ୍ତି ପ୍ରଦର୍ଶନ କରୁଥିବା ହୋର୍ଡିଂ ଲଗାଇବାକୁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ ଅନୁଦାନପ୍ରାପ୍ତ ଛାତ୍ରବୃତ୍ତି ପ୍ରଦର୍ଶନ କରୁଥିବା ହୋର୍ଡିଂ ଲଗାଇବାକୁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଉଚ୍ଚଶିକ୍ଷା ପାଇଁ କାର୍ଯ୍ୟକ୍ରମ ଯୋଜନାର ପ୍ରଚାର ପ୍ରସାର ଓ ଛାତ୍ରବୃତ୍ତି ବ୍ୟବସ୍ଥା ପାଇଁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋର୍ଡିଂ ଲଗାଯିବ।

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ, ଉଚ୍ଚଶିକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯୋଜନା ଓ ଛାତ୍ରବୃତ୍ତି ବ୍ୟବସ୍ଥାର ହୋର୍ଡିଂ ପ୍ରଦର୍ଶିତ ହେଲେ ଛାତ୍ରଛାତ୍ରୀ, ଅଭିଭାବକ, କଲେଜ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ତେଣୁ ୧୬x୮ ବର୍ଗ ମିଟର ଆକାରର ହୋର୍ଡିଂ ଓ ବ୍ୟାନର ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ କହିଛି।

ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ବୃତ୍ତି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।