ପଂଚଭୂତରେ ବିଲୀନ ଗୀତା

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୧୮/୦୯: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନୂଆଦିଲ୍ଲୀର ଲୋଦି ରୋଡ୍ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ । ଶ୍ରୀମତୀ ମେହେଟ୍ଟାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା ତାଙ୍କ ମୁଖାଗ୍ନି ଦେଇଛନ୍ତି । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଏହାବ୍ୟତୀତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ଥିଲେ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ପିନାକୀ ମିଶ୍ର, ସାଂସଦ ମୁନ୍ନା ଖାଁ, ଅମର ପଟ୍ଟନାୟକ, ମାନସ ମଙ୍ଗରାଜ, ବୈଜୟନ୍ତ ପଣ୍ଡା ଓ ଅନଙ୍ଗ ଉଦୟ ସିଂ ଦେଓଙ୍କ ସହ ଅନ୍ୟ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ ।