‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ

‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢାଉ କରିଛି ।

ଋଣ ଠକେଇ ଅଭିଯୋଗରେ ଚଢାଉ

ଭୁବନେଶ୍ୱର,୧୮/୦୯: ଓଡିଶାର ଦୈନିକ ଖବରକାଗଜ ‘ସମ୍ବାଦ’ କାର୍ଯ୍ୟାଳୟରେ ଚଢାଉ କରିଛି ଓଡିଶା ପୋଲିସ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଋଣ ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁର ୧୨ ଜଣ ଅଧିକାରୀଙ୍କୁ ଗଠିତ ୩ଟି ଟିମ୍ ଓ କମିଶନରେଟ ପୋଲିସର ମିଳିତ ଟିମ ଦ୍ୱାରା ଏହି ଚଢାଉ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ‘ସମ୍ବାଦ’ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ ଯେ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଗଣମାଧ୍ୟମ ସଂସ୍ଥାର ଏଚଆର ମୁଖ୍ୟ ବୈଜୟନ୍ତୀ କର ତାଙ୍କ ଅଜାଣତରେ ତାଙ୍କ ନାମରେ ନକଲି ଆକାଉଂଟ ତିଆରି କରି ୫ ଲକ୍ଷ ଟଙ୍କା ଋଣ ନେଇଥିଲେ । ତାଙ୍କ ଭଳି ଆହୁରି ଅନେକ କର୍ମଚାରୀ ମଧ୍ୟ ମିଡିଆ ହାଉସରେ ଏଭଳି ଠକେଇର ଶିକାର ହୋଇଛନ୍ତି । ତାଙ୍କ ଅଭିଯୋଗକୁ ଭିତି କରି ଇଓଡବ୍ଲ୍ୟୁ ପ୍ରଥମେ ବୈଜୟନ୍ତୀ କରଙ୍କୁ ନୋଟିସ ଜାରି କରିଥିଲା । କିନ୍ତୁ ଏଚଆର ମୁଖ୍ୟ କୌଣସି ଓତର ନଦେବାରୁ ଋଣ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଏହି ଚଢାଉ କରିଛି । ତେବେ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ରାଜ୍ୟ ସରକାର ଆମକୁ ଚୁପ କରେଇବା ପାଇଁ ଯଥେଷ୍ଟ ଚେଷ୍ଟା କରୁଛନ୍ତି । ଯାହା କିଛି ଘଟିଛି ଏବଂ ଭବିଷ୍ୟତରେ ଘଟିବ, ତାହା ବୋଧହୁଏ ଇତିହାସରେ କେବେ ହୋଇନଥିଲା । ପ୍ରତିଶୋଧ ନେବାର ପ୍ରୟାସ ଏବେ ବ୍ୟକ୍ତିଗତ ଓ ନିମ୍ନସ୍ତରକୁ ଯାଇଛି ।