ଗଣେଶ ଚତୁର୍ଥୀ ଆନନ୍ଦର ପର୍ବ: ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଗଣେଶ ଚତୁର୍ଥୀ ଶୁଭେଚ୍ଛା

ନୂଆଦିଲ୍ଲୀ,୧୮/୦୯: ଆସନ୍ତା କାଲି ଗଣେଶ ଚତୁର୍ଥୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ପର୍ବ ସମସ୍ତଙ୍କୁ ଜୀବନରେ ନମ୍ର ରହିବା ଏବଂ ସମାଜରେ ଭାଇଚାରାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରେରଣ ଦେଇଥାଏ । ଜ୍ଞାନ ଓ ସମୃଦ୍ଧିର ପ୍ରତୀକ ଭଗବାନ ଶ୍ରୀଗଣେଶଙ୍କ ଜୟନ୍ତୀ ଭାବେ ପାଳନ କରାଯାଉଥିବା ଗଣେଶ ଚତୁର୍ଥୀର ଏହି ପର୍ବ ଉତ୍ସାହ, ଆନନ୍ଦ ଓ ଖୁସିର ପର୍ବ । ଏହି ପର୍ବ ଏକାଠି କାମ କରିବାର ବାର୍ତା ଦେବା ସହ ଜୀବନରେ ନମ୍ର ରହିବା ଏବଂ ସମାଜରେ ସୌହାର୍ଦ୍ଦ୍ୟ ଓ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରେରଣା ଦେଇଥାଏ । ଭଗବାନ ଶ୍ରୀ ଗଣେଶ ଆମକୁ ବାଧାବିଘ୍ନ ଦୂର କରିବାରେ ସାହାଯ୍ୟ କରନ୍ତୁ ଯାହାଦ୍ୱାରା ଆମେ ଏକ ବିକଶିତ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବା । ଗଣେଶ ଚତୁର୍ଥୀ ଅବସରରେ ଦେଶ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି ରାଷ୍ଟ୍ରପତି କହିଛନ୍ତି ।