ଭାରତରେ ୪.୬ ନିୟୁତ ଜୀବନ ରକ୍ଷା କରାଯାଇପାରିବ: ଡବ୍ଲ୍ୟୁଏଚଓ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଉଚ୍ଚ ରକ୍ତଚାପର ଭୟଙ୍କର ପ୍ରଭାବ ଉପରେ ଏକ ରିପୋର୍ଟ ଜାରି କରାଯାଇଛି ।

୫୦% ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ

ନୂଆଦିଲ୍ଲୀ,୨୦/୦୯: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଉଚ୍ଚ ରକ୍ତଚାପର ଭୟଙ୍କର ପ୍ରଭାବ ଉପରେ ଏକ ରିପୋର୍ଟ ଜାରି କରାଯାଇଛି । ଜାତିସଂଘ ସାଧାରଣ ପରିଷଦର ୭୮ତମ ଅଧିବେଶନରେ ‘ଗ୍ଲୋବାଲ ରିପୋର୍ଟ ଅନ ହାଇପରଟେନସନ: ଦି ରେସ ଏଗେନ୍‌ଷ୍ଟ ଏ ସାଇଲେଂଟ କିଲର’ ଶୀର୍ଷକ ଏହି ରିପୋର୍ଟ ଉନ୍ମୋଚନ କରାଯାଇଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସମଗ୍ର ବିଶ୍ୱରେ ଉଚ୍ଚ ରକ୍ତଚାପରେ ପୀଡିତ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଉପଯୁକ୍ତ ଚିକିତ୍ସା କରାଯାଏନାହିଁ । ଯଦି ଦେଶଗୁଡିକ ଏହି କଭରେଜକୁ ବୃଦ୍ଧି କରିପାରିବେ ତେବେ ୨୦୫୦ ସୁଦ୍ଧା ୭୬ ନିୟୁତ ମୃତ୍ୟୁକୁ ରୋକା ଯାଇପାରିବ ।
ସେହିଭଳି ଭାରତରେ ଉଚ୍ଚ ରକ୍ତଚାପରେ ପୀଡିତ ୩୦-୭୯ ବର୍ଷ ବୟସର ପ୍ରାୟ ଅଧା ଲୋକ ଯଦି ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୁଅନ୍ତି ତେବେ ୨୦୪୦ ସୁଦ୍ଧା ଅତି କମରେ ୪୦ ନିୟୁତ ମୃତ୍ୟୁକୁ ରୋକା ଯାଇପାରିବ । ସମାନ ବୟସ ବର୍ଗର ୧୮୮.୩ ନିୟୁତ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ । କେବଳ ୩୭ ପ୍ରତିଶତ ଭାରତୀୟ ଏହି ରୋଗରେ ପୀଡିତ ହେଉଥିବା ବେଳେ ୩୦ ପ୍ରତିଶତ ଲୋକ ଚିକିତ୍ସା କରନ୍ତି । ୫୦ ପ୍ରତିଶତ ନିୟନ୍ତ୍ରଣ ହାର ହାସଲ କରିବାକୁ ହେଲେ ୬୭ ନିୟୁତ ଲୋକଙ୍କୁ ପ୍ରଭାବଶାଳୀ ଭାବେ ଚିକିତ୍ସା କରିବାକୁ ପଡିବ । ଯେଉଁଠାରେ ଲୋକମାନେ ରକ୍ତଚାପ ୧୪୦/୯୦ ଏମଏମଏଚଜି କିମ୍ବା ତାଠାରୁ ଅଧିକ ପାଇଁ ଔଷଧ ଖାଉଛନ୍ତି, ସେହିମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ।