ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବିନା ପ୍ରତିଦ୍ୱନ୍ଦୀରେ ନିର୍ବାଚିତ

ଭୁବନେଶ୍ୱର,୨୨/୦୯: ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିନା ପ୍ରତିଦ୍ୱନ୍ଦୀତାରେ ସେ ଗୃହର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ଆଜିଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ନବନିର୍ବାଚିତ ବାଚସ୍ପତି ଶ୍ରୀମତୀ ମଲ୍ଲିକ ଆଜି ଆନୁଷ୍ଠାନିକ ଭାବେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧିବେଶନର ପ୍ରଥମ ଦିନରେ ପୂର୍ବାହ୍ଣ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମବେଦନା ଜଣାଇବା ପରେ ବିଧାନସଭାର ପ୍ରଥମାର୍ଦ୍ଧକୁ ମୁଲତବୀ ରଖାଯିବ ।