ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ

୧୦ ଦଫା ଦାବି ନେଇ ହଜାର ହଜାର ଅଙ୍ଗନୱାଡି କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସରକାରୀ ମାନ୍ୟତା ପ୍ରଦାନ ଦାବି

ଭୁବନେଶ୍ୱର: ବିଧାନସଭାର ପ୍ରଥମ ଦିନରେ ହଜାର ହଜାର ଅଙ୍ଗନୱାଡି କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଲୋୟର ପିଏମଜି ଛକରେ ୧୦ ଦଫା ଦାବି ନେଇ ସାମୂହିକ ଧାରଣା ଦେଇଛନ୍ତି ଅଙ୍ଗନୱାଡି କର୍ମୀ । ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀମାନେ ସରକାରୀ ମାନ୍ୟତା ଦାବି ସହ ଅଙ୍ଗନୱାଡି କର୍ମଚାରୀଙ୍କୁ ମାସିକ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ଦାବି କରିଛନ୍ତି । ଏହାସହ ଗ୍ରାଚ୍ୟୁଇଟି ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ଗ୍ରୀଷ୍ମକାଳୀନ ଛୁଟି, ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଏବଂ ଅବସରକାଳୀନ ସହାୟତା ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି ।