୩୫୦ ବର୍ଷ ପରେ ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ଟାଇଗର କ୍ଲୋ

୩୫୦ ବର୍ଷ ପରେ ଛତ୍ରପତି ଶିବାଜୀଙ୍କ ଟାଇଗର କ୍ଲୋ ଭାରତକୁ ଫେରିବ ।

ମଙ୍ଗଳବାର ହେବ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ,୦୧/୧୦: ଛତ୍ରପତି ଶିବାଜୀ ମହାରାଜଙ୍କ କିମ୍ବଦନ୍ତୀ ଅସ୍ତ୍ର ବାଘ ନଖ, ଯାହାକୁ ସେ ୧୬୫୯ ମସିହାରେ ବିଜାପୁର ସୁଲତାନ ଜେନେରାଲ ଅଫଜଲ ଖାନଙ୍କୁ ପରାସ୍ତ କରିବା ପାଇଁ ବ୍ୟବହାର କରିଥିଲେ, ତାହା ଆସନ୍ତା ନଭେମ୍ବରରେ ଲଣ୍ଡନରୁ ମହାରାଷ୍ଟ୍ର ଫେରିବାକୁ ଯାଉଛି । ଚଳିତବର୍ଷ ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଷେକସନର ୩୫୦ତମ ବାର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ଲଣ୍ଡନର ଭିକ୍ଟୋରିଆ ଓ ଆଲବର୍ଟ ମ୍ୟୁଜିୟମରୁ ୩ ବର୍ଷ ଧରି ଚାଲିବାକୁ ଥିବା ପ୍ରଦର୍ଶନୀ ପାଇଁ ବାଘ ପଞ୍ଝା ଅସ୍ତ୍ରକୁ ଫେରାଇ ଅଣାଯିବ । ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଂଟିୱାର ମଙ୍ଗଳବାର ଲଣ୍ଡନରେ ପହଂଚି ଅସ୍ତ୍ରଶସ୍ତ୍ର ଫେରାଇ ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିବେ । ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ମହାରାଜ ମ୍ୟୁଜିୟମରେ ବାଘ ନଖ ରଖାଯିବାର ଅନୁମାନ କରାଯାଉଛି ।