ଭୁଷୁଡ଼ିଲା ନିର୍ମାଣଧୀନ ଛାତ, ଫସି ରହିଛନ୍ତି ଅନେକ ଶ୍ରମିକ

ପୁରୀ:  ପୁରୀ ମଶାଣୀ ଚଣ୍ଡୀ ଛକ ପାଖରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ଅବସ୍ଥାରେ ଥିବା ଏକ ଛାତ ଭୁଷୁଡ଼ି ପଡ଼ିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଶ୍ରମିକ ଫସି ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।