ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର : ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି ।

ମୃତ୍ୟୁ ବେଳକୁ ରାଜେଶ୍ୱରୀଙ୍କୁ ୩୭ ବର୍ଷ ହୋଇଥିଲା । ରାଜେଶ୍ୱରୀ ଟେଲି ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ । ରାଜେଶ୍ୱରୀରେ ଦେହାନ୍ତ ଖବର ଶୁଣି ପୁରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।