ICCରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ

ଆଇସିସିରୁ ନିଲମ୍ବିତ ହେଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ।

ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ, ୧୦.୧୧.୨୩: ଆଇସିସିରୁ ନିଲମ୍ବିତ ହେଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ଏହା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସିର ସଦସ୍ୟତା ହରାଇଛି।

ଆଜି ଆଇସିସି ବୋର୍ଡର ବୈଠକ ପରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତାକୁ ତୁରନ୍ତ ସ୍ଥଗିତ ରଖି ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଆଇସିସିର ସଦସ୍ୟ ଭାବରେ ଆଚରଣ ସଂହିତା ଉଲ୍ଲଂଘନ ଉପରେ ଆଧାରିତ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ଏହି ଦାୟିତ୍ବ ପୂରଣ କରିବାରେ ବିଫଳ ହୋଇଥିବାରୁ ଏହାର ସଦସ୍ୟତା ତୁରନ୍ତ ସ୍ଥଗିତ ରଖାଯାଇଛି। ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଦସ୍ୟତା ରଦ୍ଦ କରାଯାଇଛି।