ଚୀନ୍ ଗତିବିଧି ଉପରେ ଭାରତୀୟ ନୌସେନାର ନଜର

ଭାରତ ମହାସାଗର ଅଞ୍ଚଳରେ ପାକିସ୍ତାନ ସହ ଚୀନ୍ ନୌସେନା ଅଭ୍ୟାସ କରୁଛି।

ପାକିସ୍ତାନ ସହ ଅଭ୍ୟାସ କରୁଛି ଚୀନ

ନୂଆଦିଲ୍ଲୀ,୧୫/୧୧/୨୩: ପାକିସ୍ତାନ ସହ ନୌସେନା ଅଭ୍ୟାସରେ ଭାଗ ନେଉଥିବା ଚୀନର ବୁଡ଼ାଜାହାଜ ଓ ଯୁଦ୍ଧ ଜାହାଜର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ନୌସେନା।

ମଲାକା ଷ୍ଟ୍ରେଟ୍ ଦେଇ ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିବା କ୍ଷଣିଠାରୁ ନୌସେନା ଚୀନ୍ ପ୍ଲାଟଫର୍ମ ଉପରେ ନଜର ରଖିଛି।

ପାକିସ୍ତାନ ସହ ସି ଗାର୍ଡିୟନ୍ ଅଭ୍ୟାସ ପାଇଁ ଚୀନର ପିଏଲଏ ନୌସେନା ଆଗଧାଡ଼ିର ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ସମେତ ଅନେକ ପ୍ଲାଟଫର୍ମ ମୁତୟନ କରିଛି।

ଭାରତର ବ୍ୟାପକ ସାମୁଦ୍ରିକ କ୍ଷେତ୍ର ସଚେତନତାର ଏକ ଅଂଶ ଭାବରେ ନୌସେନା ଜାତୀୟ ନିରାପତ୍ତା ସ୍ୱାର୍ଥ ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି।