ଓଡ଼ିଶୀ ନୃତ୍ୟରେ ବିଶ୍ୱକୁ ଯୋଡିବାର ପ୍ରୟାସ

ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହର ସମ୍ମିଳନୀ ଉତ୍ତରପ୍ରଦେଶର କାନପୁରସ୍ଥିତ ହରିହରନାଥ ଶାସ୍ତ୍ରୀ ଭବନରେ ଅନୁଷ୍ଠିତ ହୋଇଛି।

ଡ଼ ଚିତ୍ତରଞ୍ଜନଙ୍କ ନୃତ୍ୟରେ ବିମୋହିତ ଦର୍ଶକ

ଉତ୍ତରପ୍ରଦେଶ, ୨୨/୧୧/୨୩: ସଙ୍ଗୀତ ଓ ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ନୃତ୍ୟରେ ଆଧ୍ୟାତ୍ମିକତା ଓ ବିଭୂଚେତନା ସହ ସାମାଜିକ ବାର୍ତ୍ତା ଜନ ସାଧାରଣଙ୍କୁ ଖୁବ ପ୍ରଭାବିତ କରୁଛି। ବିଭିନ୍ନତା ମଧ୍ୟରେ ଏକତାର ମୂଳମନ୍ତ୍ର ଓଡିଶୀ ନୃତ୍ୟକୁ ଆଧାର କରି ସହସ୍ରାଧିକ ଦର୍ଶକଙ୍କୁ ବିମୋହିତ କରିଛି। ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହର ସମ୍ମିଳନୀ ଉତ୍ତରପ୍ରଦେଶର କାନପୁରସ୍ଥିତ ହରିହରନାଥ ଶାସ୍ତ୍ରୀ ଭବନରେ ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ଓଡ଼ିଶାରୁ ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହାଣୀ ଓଡିଶୀ ନୃତ୍ୟରେ ଭାରତର ସମସ୍ତ ରାଜ୍ୟ ଓ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କର ଭୂୟସୀ ପ୍ରଶଂସାର ପାତ୍ର ହୋଇଛନ୍ତି।

ଏହି ସମ୍ମିଳନୀରେ ଉତ୍ତରପ୍ରଦେଶର ବାଚସ୍ପତି ସତୀଶ ମାହାନା ନୃତ୍ୟଶିଳ୍ପୀ ଡ଼ ଚିତ୍ତରଞ୍ଜନଙ୍କ ନୃତ୍ୟର ଗାରିମା ପାଖରେ ମଥାନତ କରିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ସତ୍ୟପାଲ ଓ ରାଷ୍ଟ୍ରୀୟ ସମ୍ପାଦକ ଦୀପକ କୁମାର ମାଲବ୍ୟ, ସଂଯୋଜକ ନୌସଦ୍ଆଲାନ ମନସୁରୀ ନୃତ୍ୟଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିବା ସହ ଉତ୍ସବକୁ ସଫଳ କରାଇଛନ୍ତି।