ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେବ ସାଏ।

ମୋହର ମାରିଲେ ହାଇକମାଣ୍ଡ

ଛତିଶଗଡ଼,୧୦/୧୨/୨୩: ଭାରତୀୟ ଜନତା ପାର୍ଟି (ବିଜେପି) ବିଷ୍ଣୁ ଦେବ ସାଏଙ୍କୁ ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଯେଉଁଠାରେ ଦଳ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୋଟ ୯୦ଟି ଆସନରୁ ୫୪ଟି ଆସନ ଜିତି କଂଗ୍ରେସଠାରୁ କ୍ଷମତା ଛଡ଼ାଇ ନେଇଥିଲା।

ଶ୍ରୀ ସାଏ (୫୯) ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେନ୍ଦ୍ର ଇସ୍ପାତ, ଖଣି, ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ବିଜେପି ବିଧାୟକ ଦଳ ବୈଠକରେ ସାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବିଜେପି ନେତୃତ୍ୱ ଙ୍କ ଦ୍ୱାରା ନିଯୁକ୍ତ ୩ ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି କେନ୍ଦ୍ରୀୟ ନେତୃତ୍ୱ ଛତିଶଗଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଏବଂ ଦଳର ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।