ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଭାରତ ସୀମାକୁ ଅନୁପ୍ରବେଶ ଉଦ୍ୟମ ବିଫଳ

ଜମ୍ମୁ-କଶ୍ମୀର,୨୩/୧୨/୨୩: ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ବିଫଳ ହେବାରୁ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଖୋର, ଅଖନୁରର ଆଇବି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି।

ସେନା କହିଛି ଯେ, ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୪ ଜଣ ଅନୁପ୍ରବେଶକାରୀଙ୍କୁ ସେନାର ପ୍ରଭାବଶାଳୀ ଗୁଳି ଚାଳନା ଯୋଗୁଁ ସେମାନେ ଅନୁପ୍ରବେଶ କରି ପାରିନଥିଲେ। ଜଣେ ଆତଙ୍କବାଦୀଙ୍କ ମୃତଦେହକୁ ଅନ୍ତର୍ଜାତୀୟ ସୀମା ପାର କରି ନିଆଯାଇଥିଲା। ଡିସେମ୍ବର ୨୨/୨୩ ରାତିରେ ୪ ଜଣ ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧିକୁ ନିଜ ସର୍ଭିଲାନ୍ସ ଡିଭାଇସ ଜରିଆରେ ଦେଖିବାକୁ ମିଳିଥିଲା।