ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

ତୁମୁରିବନ୍ଧ ନିକଟସ୍ଥ ସିର୍ଲା ଜଙ୍ଗଲରେ ଆଇଇଡି ବିସ୍ଫୋରଣ ଘଟି ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି।

କମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ଦ୍ୱାରା ବିସ୍ଫୋରଣ

କନ୍ଧମାଳ, ୨୪/୧୨/୨୩: କନ୍ଧମାଳ ଜିଲ୍ଲା ତୁମୁରିବନ୍ଧ ନିକଟସ୍ଥ ସିର୍ଲା ଜଙ୍ଗଲରେ ରବିବାର ସକାଳେ ଆଇଇଡି ବିସ୍ଫୋରଣ ଘଟି ଦୁଇ ଜଣ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଯବାନ ଗୁରୁତର ଆହତ ହୋଇଛନ୍ତି। ଜଙ୍ଗଲ ଭିତରେ ଥିବା ମାଓବାଦୀ କ୍ୟାମ୍ପକୁ ଠାବ କରି ଧ୍ୱଂସ କରିବା ପାଇଁ ଯବାନମାନେ କମ୍ବିଂ ଅପରେସନ ଚଳାଇଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଏସଓଜି ଯବାନ ଓ ନିଷିଦ୍ଧ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଯବାନମାନେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଲାଲ ବାହିନୀଙ୍କ ବିରୋଧରେ ଜବାବ ଆରମ୍ଭ କରିଛନ୍ତି।

କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଆଇଇଡି ବିସ୍ଫୋରଣ ସମୟରେ ସକାଳ ପ୍ରାୟ ୧୦ଟାରେ କମ୍ବିଂ ଅପରେସନ ଚାଲିଥିଲା। ଯାହା ଫଳରେ ଦୁଇ ଯବାନ ଆହତ ହୋଇଛନ୍ତି।