ଆଜିଠୁ ଧର୍ମଶାଳା ମହୋତ୍ସବ

ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଆଜି ଅପରାହ୍ନରେ ପ୍ରେସ କ୍ଳବ୍ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ପୂଜା କମିଟିର ସାମ୍ୱାଦିକ ସମ୍ମିଳନୀ

ଧର୍ମଶାଳା: ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଆଜି ଅପରାହ୍ନରେ ପ୍ରେସ କ୍ଳବ୍ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଜଳଧର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ କମିଟିର ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି,ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ,କୋଷାଧ୍ୟକ୍ଷ ସୁଦୀପ୍ତ ସ୍ବାଇଁ,ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମୁଦୁଲି ପ୍ରମୁଖ ଯୋଗଦେଇ ମହୋତ୍ସବ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଆସନ୍ତା ୨୫ ତାରିଖ ସଂଧ୍ୟାରେ ୧୯ତମ ଧର୍ମଶାଳା ମହୋତ୍ସବ ଉଦଘାଟିତ ହେବ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଉଦଘାଟକ ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିବେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଓ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସଭାପତି ଶ୍ରୀ ମହନ୍ତି ସୂଚନା ଦେଇଥିଲେ । ୫ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରକା ମୟୁରୀ ଡ୍ୟାନ୍ସ ଓ ଭୁବନେଶ୍ୱର ଶିଳ୍ପିକା ଡ୍ୟାନ୍ସ ଗ୍ରୁପ, ଚାନ୍ଦବାଲି ଡ଼ାଇମଣ୍ଡ ଡ୍ୟାନ୍ସ ଗ୍ରୁପ, ଧାନମଣ୍ଡଳସ୍ଥିତ ଉଦୟ କଳା ପରିଷଦ, ଆନନ୍ଦପୁର ବୀଣାପାଣି କଳା ନିକେତନ, ଚଣ୍ଡିଖୋଲ ବୀଣାପାଣି କଳାପୀଠ, ମ୍ୟାଜିକ ସୋ ଡଲଫିନ ଡ୍ୟାନ୍ସ ଗ୍ରୁପ, ନୃତ୍ୟ ପ୍ରତିଯୋଗିତା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ନୃତ୍ୟ, କଟକ ମେଲୋଡି ଶୁଭମ୍ ସଙ୍ଗୀତ, ଆକିର୍ଷ୍ଟ ତେଜସ ବ୍ୟାଣ୍ଡ ରେ କଳାକାର ରାଜନନ୍ଦୀ, ପ୍ରଦୀପ ପଲେଇ, ସସ୍ମିତା ମିଶ୍ର, ସୌମ୍ୟରାଣୀ ପ୍ରମୁଖ, ମୁଖ୍ୟ ଆକର୍ଷଣ ସୁର ତରଙ୍ଗ ଇରା ମହାନ୍ତି, ସୋମନାଥ , ସାଥି, ମେଲୋଡି ଗୀତ ବାହାର ମଣ୍ଟୁ ,ଛୁରିଆ ଓ ସାଥୀଙ୍କ ଦ୍ବାରା ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାନୁଆରୀ ୫ ତାରିଖରେ ମହୋତ୍ସବ ଉଦଯାପନ ଉତ୍ସବରେ ଉଚ୍ଚ ଶିକ୍ଷା, ଖାଦ୍ୟ, ଓ ଯୋଗାଣ ,ଖାଉଟି ଯୋଗାଣ ବିଭାଗ ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ,ମୁଖ୍ୟବକ୍ତା ଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ , ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ , ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୬ ତାରିଖରେ ଉପହାର ଯୋଜନାର ଫଳାଫଳ ପ୍ରକାଶ କରାଯିବା ସହିତ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ସମୟରେ ପୁଲିସ, ଅଗ୍ନୀସମ ବାହିନୀ, ପାନୀୟ ଜଳ, ସିସି ଟିଭି ସହିତ ସଦସ୍ୟ ମାନେ ଠାବେ ଠାବେ ରହି କାର୍ଯ୍ୟକ୍ରମକୁ ତ୍ଵରାନିତ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି । କମିଟି ସହ ସଂପାଦକ ଆନନ୍ଦ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ ।