ଜାନୁଆରି ପ୍ରଥମ ସପ୍ତାହରେ ସିବିଏସ୍ଇ ଦଶମ, ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା

ଜାନୁଆରି ପ୍ରଥମ ସପ୍ତାହରୁ ସିବିଏସ୍ଇ ଅଧିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

ସିବିଏସ୍ଇ ପକ୍ଷରୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ,୨୫/୧୨/୨୩: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ୨୦୨୪ ଜାନୁଆରି ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି।ପୂର୍ବରୁ ସିବିଏସ୍ଇ ପକ୍ଷରୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଗାଇଡଲାଇନ୍ ଜାରି କରାଯାଇଥିଲା।

ସିବିଏସଇ ଗାଇଡଲାଇନ ଅନୁଯାୟୀ, ପରୀକ୍ଷା କାର୍ଯ୍ୟସୂଚୀ ପୂର୍ବରୁ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରାକ୍ଟିକାଲ ଉତ୍ତର ପୁସ୍ତକ ପାଇବାକୁ ସୁନିଶ୍ଚିତ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ପ୍ରାକ୍ଟିକାଲ ପରୀକ୍ଷାର କାର୍ଯ୍ୟସୂଚୀ, ଫର୍ମାଟ୍ ଏବଂ କୌଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା ସମ୍ପର୍କରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ବୋଲି ସିବିଏସ୍ଇ ବିଜ୍ଞପ୍ତିରେ କୁହାଯାଇଛି।

ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ଠିକ୍ ସମୟରେ ପରିଚାଳନା କରିବା ପାଇଁ ପରୀକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ସିବିଏସ୍ଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଭାବେ କହିଛି। ଏହା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ କ୍ଲାସରୁମରେ ଯୋଗାଇବା ସହିତ ପ୍ରାକ୍ଟିକାଲ ପରୀକ୍ଷାରେ ଆରାମରେ ଅଂଶଗ୍ରହଣ କରିପାରିବେ ସେଥିପ୍ରତି ଧ୍ୟାନ ଦେବେ। ଛାତ୍ରଛାତ୍ରୀମାନେ କେବଳ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ।