ଲିଟିଲ ଫ୍ଲାୱାର ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଲିଟିଲ ଫ୍ଲାୱାର ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ରାଇରଙ୍ଗପୁର,୨୫/୧୨/୨୩: ରାଇଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଲିଟିଲ ଫ୍ଲାୱାର ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଅତି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଇଓ ଶ୍ରୀ ଭଗ୍ୟରଥି ମହାନ୍ତି, କୁସୁମୀ ବିଇଓ ଶ୍ରୀ କପିଳେନ୍ଦ୍ର ଦାସ, ଲିଟିଲ ଫ୍ଲାୱାର ବିଦ୍ୟାଳୟର କାର୍ଯ୍ୟ କାରିଣୀ କମିଟିର ଅଧ୍ୟକ୍ଷ ଆବିଦ୍ ଅଲି ହୁସେନ, ସଂପାଦକ କାଳୀ ପ୍ରସନ୍ନ ମହାନ୍ତି, ଅଧ୍ୟକ୍ଷ ଦେବବ୍ରତ ଦାସ, ସଦସ୍ୟ ଦେବାଶିଷ ମହାନ୍ତି, ଦେବୀ ପ୍ରସାଦ ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଇଓ ଶ୍ରୀ ମହାନ୍ତି, ଶ୍ରୀ ଦାସ ଛାତ୍ର ଛାତ୍ରୀମାନଙ୍କୁ କାହାଣୀ ମାଧ୍ୟମରେ କିଛି ଉପଡେଶ ଦେଇଥିଲେ ।

ଦ୍ୱିତୀୟ ଦିବସରେ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ରିଶିପ୍ରଭା ମହାନ୍ତ , ପୂର୍ବତନ ବିଏସଏନଏଲ୍ ଡିଜି ଏମ ଇ. ରାଧାଶ୍ୟାମ ପାତ୍ର, ସଂପାଦକ କାଳୀ ପ୍ରସନ୍ନ ମହାନ୍ତି, ଅଧ୍ୟକ୍ଷ ଦେବବ୍ରତ ଦାସ ଉପସ୍ଥିତ ଥିଲେ । ବିଦ୍ୟାଳୟର ବୟୋଜ୍ୟେଷ୍ଠ ଶିକ୍ଷକ ଶ୍ରୀ ଦିଲ୍ଲିପ କୁମାର ଷଡ଼ଙ୍ଗୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲିଟ୍ଟଲ୍ ଫ୍ଲାୱାର ବିଦ୍ୟାଳୟ ର ନିରନ୍ତର ପ୍ରୟାସକୁ ଅତିଥି କୁ. ମହାନ୍ତ ଓ ଇ. ପାତ୍ର ପ୍ରସଂଶା କରିଥିଲେ ।

ସଙ୍ଗୀତଜ୍ଞ ଗୁରୁ ସୁବାସ ଚନ୍ଦ୍ର ପାତ୍ର ଏବଂ ଗୁରୁମା ସୀମା କୋଲିୟର ଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ କୁଟିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ସମସ୍ତ ନୃତ୍ୟ ଗୁରୁ / ଗୁରୂମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା। ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ୪୦୦ ମି ଦୌଡ ପ୍ରିଯୋଗୀତା ରେ ତୃତୀୟ ସ୍ଥାନ ପାଇଥିବା ଦଶମ ଶ୍ରେଣୀ ଛାତ୍ରୀ କଲ୍ୟାଣୀ ଟୁଡୁ, ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ରଗବି ଖେଳରେ ମୟୁରଭଞ୍ଜ ଜିଲ୍ଲା ରୁ ଅଂଶ ଗ୍ରହଣ କରିଥିବା ଦଶମ ଶ୍ରେଣୀ ଛାତ୍ର ସମୀର ଗୋପ ଏବଂ ବିଦ୍ୟାଳୟ ର ସର୍ବଶ୍ରେଷ୍ଠ ଏକାଡେମୀସିତ୍ୟନ୍ ଭାବେ ଦଶମ ଶ୍ରେଣୀ ଛାତ୍ର ସ୍ପନ୍ଦନ ପଟ୍ଟନାୟକ ଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧତ କରାଯାଇଥିଲା।

ଶିକ୍ଷକ ଜୀବନରାମ ମହାନ୍ତ, ବିଜୟ ମହାପାତ୍ର , ଶିକ୍ଷୟିତ୍ରୀ ପୁଷ୍ପଲତା ମହାନ୍ତି ତଥା ବିଦ୍ୟାଳୟ ଅନ୍ୟ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତାମାନଙ୍କ ସହାୟତାରେ ଛାତ୍ର ଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ କାଳୀ ପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।