ଆଜି ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ ସଦସ୍ୟମାନେ ନେବେ ଶପଥ

ଆଜି ଅପରାହ୍ନ ସାଢେ ୩ଟାରେ ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ ସଦସ୍ୟମାନେ ଶପଥ ନେବେ।

ରାଜ୍ୟପାଳ କରାଇବେ ଶପଥ ପାଠ

ଭୋପାଳ,୨୫/୧୨/୨୩: ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟର ସଦସ୍ୟମାନେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଶପଥ ଗ୍ରହଣ କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯାଦବ ସୋମବାର ସକାଳେ ରାଜଭବନରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲଙ୍କ ସହ ସାକ୍ଷାତ କରିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ନୂତନ କ୍ୟାବିନେଟ୍ ସଦସ୍ୟମାନେ ଶପଥ ଗ୍ରହଣ କରିବେ ଏବଂ ରାଜ୍ୟର ଉନ୍ନତି ପାଇଁ ସମର୍ପିତ ହେବେ। ଆଜି ଅପରାହ୍ନ ସାଢ଼େ ୩ଟାରେ ରାଜ୍ୟପାଳ ଶପଥ ପାଠ କରାଇବେ।

“ଆଜି ଅପରାହ୍ନ ସାଢ଼େ ୩ଟାରେ ରାଜ୍ୟପାଳ ଆମ କ୍ୟାବିନେଟର ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା ଓ ଦଳର ସମସ୍ତ ବରିଷ୍ଠ ନେତାଙ୍କ ତତ୍ତ୍ୱାବଧାନରେ ନୂଆ କ୍ୟାବିନେଟ୍ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବ” ବୋଲି କହିଛନ୍ତି।