ଗଣିଆରେ ଗୀତା ଜୟନ୍ତୀ

ରବିବାର ଦିନ ଗୀତାଜୟନ୍ତୀ ଅବସରରେ ସମ୍ପୂର୍ଣ୍ଣ ଗୀତା ପାଠ ଓ ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ

ଗଣିଆ,(ଦର୍ଶନ ନିୟୂଜ): ଗଣିଆ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ପୀଠରେ ରବିବାର ଦିନ ଗୀତାଜୟନ୍ତୀ ଅବସରରେ ସମ୍ପୂର୍ଣ୍ଣ ଗୀତା ପାଠ ଓ ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାମଦୟା ପରିଷଦ ଶାଖା ନଂ ୨୭ ତରଫରୁ ସଂସାର କଲ୍ୟାଣ ନିମନ୍ତେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଏ । ସୂର୍ଯ୍ୟ ପୂଜା, ଗୋ ପୂଜା ଆଦି କରି ଯଜ୍ଞକର୍ମ ଆରମ୍ଭ କରାଯାଇଥିଲା। ଶ୍ରୀମଦ୍ ଭଗବତ ଗୀତା ର ପ୍ରତ୍ୟେକ ଶ୍ଳୋକରେ ଆହୁତି ପ୍ରଦାନ କରାଯାଇଥିଲା। ଅପରାହ୍ନ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ତିନିଶହ ଭକ୍ତ ଯୋଗଦାନ କରିଥିଲେ । ପଣ୍ଡିତ ଶ୍ରୀ ରାମଚନ୍ଦ୍ର ଦାଶ ବ୍ୟାସ ଓ ପଣ୍ଡିତ ଶ୍ରୀ ବେଣୁଧର ଦାଶ ଆଚାର୍ଯ୍ୟ ଭାବେ ଯଜ୍ଞକର୍ମ ସମାପନ କରିଥିଲେ । ଶ୍ରୀ ସାନୁଜରାମ ମିଶ୍ର, ଗୋବିନ୍ଦ ଦାଶ, ସୁରେଶ ଦାଶ,ହରିହର ପଣ୍ଡା , ବିଶ୍ଵଜିତ ଦାଶ, ଟୁଟୁ ଶତପଥୀ,ଲକ୍ଷ୍ମୀ ଧର ଦାଶ, ଗୋପାଳ ଦାଶ , ଜଗନ୍ନାଥ ଦାଶ, ଚନ୍ଦନ ଦାଶ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା।