ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ

ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ବିନିକା,୨୫l୧୨(ଦର୍ଶନ ନ୍ୟୁଜ): ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠି ଠାରେ ଥିବା ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଭବିଷ୍ୟ ଏକାଡେମୀ ମୁଖ୍ୟ ଡ.ଭବାନୀ ଶଙ୍କର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତାଙ୍କ ଭବିଷ୍ୟତ ଗଠନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଭବିଷ୍ୟ ସ୍କୁଲ ଚେୟାରମେନ ସଞ୍ଜୀବ କୁମାର ସୁବୁଦ୍ଧି, ମେନେଜିଂ ଡାଇରେକ୍ଟର ସୁଧାଂଶୁ ଶେଖର ଦାଶ,ଭାଇସ ଚେୟାରମେନ ସଞ୍ଜୀବ କୁମାର ପାତ୍ର,ସ୍କୁଲ ଅଧ୍ୟକ୍ଷ ସମ୍ପଦ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସମ୍ପଦ ଚାନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ ପରିଚାଳନା କମିଟି ଆସିଷ୍ଟାଣ୍ଟ ମେନେଜିଂ ଡାଇରେକ୍ଟର ସୁନୀଲ କୁମାର ମେହେର ବାର୍ଷିକ ବିବରଣୀ ପଠନ ଓ ଶେଷରେ ଶିକ୍ଷୟତ୍ରୀ ସସ୍ମିତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରୀ ଆୟୁଷୀ ଓ ଛାତ୍ର ଆରବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦ୍ଘୋଷିକା ଦାୟିତ୍ଵ ତୁଲାଇଥିଲେ । ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ,ଗୀତରେ ମଞ୍ଚ ଦୂଳକି ପଡ଼ିଥିଲା । ରାତି ତମାମ ଉପସ୍ଥିତ ଦର୍ଶକ,ଅଭିଭାବକ/ଅଭିଭାଵିକା ଉପଭୋଗ କରିଥିଲେ।