ଶ୍ରୀକ୍ଷେତ୍ରରୁ ବାହାରିଲା ନିମନ୍ତ୍ରଣ ପତ୍ର

ଆଜି ଦ୍ବିତୀୟ ପର୍ଯ୍ୟାୟ ଶ୍ରୀକ୍ଷେତ୍ର ପରିକ୍ରମା ଉଦଘାଟନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟାଯିବ।

ପ୍ରଥମ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ

ପୁରୀ, ୨୬/୧୨/୨୩: ଶ୍ରୀକ୍ଷେତ୍ରରୁ ବାହାରିଲା ନିମନ୍ତ୍ରଣ ପତ୍ର। ଆଜି ଦ୍ୱିତୀୟ ପର୍ଯ୍ୟାୟ ପରିକ୍ରମା ନିମନ୍ତ୍ରଣ ପତ୍ର ନେଇ ବାହାରିଛନ୍ତି ୩୧ଟି ଟିମ୍। ଆଜି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯିବ ନିମନ୍ତ୍ରଣ ପତ୍ର। ରାଜ୍ୟରେ ୧୩ଟି ଟିମ୍ ଓ ରାଜ୍ୟ ବାହାରେ ୧୭ଟି ଟିମ୍ ନିମନ୍ତ୍ରଣ ପତ୍ର ନେଇ ବାହାରିଛନ୍ତି।

୨୦୨୪ ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ଦେଶର ସମସ୍ତ ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ କରାଯିବା ଲକ୍ଷ୍ୟ ରହିଛି। ଆଜି ରାଜ୍ୟରେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଓ ତାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର। ୩୦ ସୁଦ୍ଧା ସରିବ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବ। ଦେଶର ସବୁ ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ ପତ୍ର ବଣ୍ଟାଯିବ।