ନିର୍ବାଚନ ପାଇଁ ତୟାର ବିଜେଡି ସୁପ୍ରିମୋ

ବାଲେଶ୍ୱର ଜିଲ୍ଲାରେ ନୂଆ ବିଜେଡି ଉପସଭାପତି ଓ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ନିଯୁକ୍ତ କଲେ ନୂତନ ପର୍ଯ୍ୟବେକ୍ଷକ

ଭୁବନେଶ୍ବର, ୦୨/୦୧/୨୪: ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ। ବିଭିନ୍ନ ଜିଲ୍ଲାକୁ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି କରୁଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲା ପାଇଁ ନୂତନ ଉପସଭାପତି ଏବଂ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ଦିବଂଗତ ବିଜେଡି ନେତା ବିମ୍ବାଧର ଦେଙ୍କ ପୁଅ ଦେବ କୁମାର ଦେଙ୍କୁ ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ। ଏହା ସହ ତେଲକୋଇ ଓ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ସଂଗ୍ରାମ କେଶରୀ ପାଇକରାୟଙ୍କୁ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ।