ନ୍ୟାସନାଲ ଜ୍ୟୋଗ୍ରାଫିକରେ ପ୍ରସାରିତ ହେବ ଲୋୟର ସୁକତେଲ ଡ୍ୟାମର କାହାଣୀ

ଲୋୟର ସୁକତେଲ ଡ୍ୟାମର କାହାଣୀ ଆସନ୍ତା କାଲି ନ୍ୟାସନାଲ ଜ୍ୟୋଗ୍ରାଫିକରେ ପ୍ରସାରିତ ହେବ।

ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସୁପର ଷ୍ଟ୍ରକ୍ଚର୍ସ’

ଭୁବନେଶ୍ବର, ୦୫/୦୧/୨୪: ବଲାଙ୍ଗୀର ଜିଲ୍ଲା ଲୋୟର ସୁକତେଲ ଡ୍ୟାମରେ ନିଶ୍ଚିତ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପାଇଁ ଏହି ପରିବର୍ତନକାରୀ ପ୍ରକଳ୍ପର କାହାଣୀ ନ୍ୟାସନାଲ ଜ୍ୟୋଗ୍ରାଫିକ ଇଣ୍ଡିଆରେ ପ୍ରସାରିତ ହେବ।

ଆସନ୍ତାକାଲି (ଜାନୁଆରୀ ୬) ସନ୍ଧ୍ୟା ୭ଟାରେ ନ୍ୟାସନାଲ ଜ୍ୟୋଗ୍ରାଫିକ ଇଣ୍ଡିଆର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସୁପର ଷ୍ଟ୍ରକ୍ଚର୍ସ’ରେ ବିଶାଳ ଲୋୟର ସୁକତେଲ ଡ୍ୟାମ୍ ନିର୍ମାଣର କାହାଣୀ ପ୍ରଦର୍ଶିତ ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।