ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆରଆଇ

କେନ୍ଦୁଝର ଜିଲ୍ଲା ବଡବିଲରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ।

୩ ସ୍ଥାନରେ ଏକକାଳୀନ ଚଢ଼ାଉ

କେନ୍ଦୁଝର, ୦୬/୦୧/୨୪: କେନ୍ଦୁଝର ଜିଲ୍ଲା ବଡବିଲରେ ଏକ ମ୍ୟୁଟେସନ୍ ମାମଲାରେ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)।

କେନ୍ଦୁଝର ବଡବିଲ ତହସିଲ ଅନ୍ତର୍ଗତ ବିଲେଇପଡ଼ାର ଆରଆଇ ମୀର ମହମ୍ମଦ ଖାଁ ଏକ ମ୍ୟୁଟେସନ୍ ମାମଲାରେ ଯାଞ୍ଚ ରିପୋର୍ଟ ଦାଖଲ ଓ ଆରଓଆର୍ (ଜମି ପଟ୍ଟା) ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିବା ବେଳେ ଧରା ପଡ଼ିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଜାଲ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ମୀର ମହମ୍ମଦ ଖାନଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।