ବାଲେଶ୍ୱରର ବାୟୁ ସବୁଠୁ ପ୍ରଦୂଷିତ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ଗୁଣବତ୍ତା ସୂଚକାଙ୍କ ଅନୁସାରେ ବାଲେଶ୍ୱର ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର।

ଦିଲ୍ଲୀଠୁ ଖରାପ ବାଲେଶ୍ଵର ବାୟୁ

ଭୁବନେଶ୍ବର, ୦୮/୦୧/୨୪: ରାଜ୍ୟରେ କେତେକ ସ୍ଥାନରେ ଲଗାତାର କିଛି ଦିନ ଧରି ବାୟୁର ଗୁଣବତ୍ତା ଅତି ଖରାପ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ସହ ସହର ମାନଙ୍କରେ ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଯୋଗୁଁ ସ୍ଥିତି ଆହୁରି ଖରାପ ହେଉଛି। ବାରମ୍ବାର ବାୟୁର ଗୁଣବତ୍ତା ହ୍ରାସ ହେବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଏ, ଯାହାକି ଓଡିଶାବାସୀ ଏହି ସମସ୍ୟାରେ ସମ୍ମୁଖୀନ ହେବାର ଖୁବ ନିକଟତର।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରକାଶିତ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରୁ ଜଣାପଡିଛି ଯେ, ବାଲେଶ୍ୱରରେ ଏକ୍ୟୁଆଇ ୩୩୪, ଭୁବନେଶ୍ୱର ୩୧୧, କଟକ ୩୨୦, ବାରିପଦା ୩୧୬, କେନ୍ଦୁଝର ୩୧୪, ରାଇରଙ୍ଗପୁର ୩୦୮ ଓ ଅନୁଗୁଳ ୩୦୦ ଏକ୍ୟୁଆଇ ସହ ଓଡ଼ିଶାର ଏହି ୭ଟି ସହରାଞ୍ଚଳରେ ବାୟୁଗୁଣବତ୍ତା ଅତ୍ୟନ୍ତ ଖରାପ ବୋଲି ଘୋଷଣା କରାଯାଇଛି।