ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ: ଲୋକାର୍ପିତ ପରିକ୍ରମା ପ୍ରକଳ୍ପ

ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯାଇଛି।

ଦୀର୍ଘ ବର୍ଷର ସ୍ୱପ୍ନ ହେଲା ପୂରଣ

ପୁରୀ, ୧୭/୦୧/୨୦୨୪: ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପର ହେଲା ଲୋକର୍ପଣ। ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପରିକ୍ରମା ମାର୍ଗ। ଶ୍ରୀକ୍ଷେତ୍ର ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ। ଦୀର୍ଘ ବର୍ଷର ସ୍ୱପ୍ନ ହେଲା ପୂରଣ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଫଳକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପୌଷ ସପ୍ତମୀରେ ଫଳକ ଏହା ସହ ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଅନ୍ୟ ଅତିଥିମାନଙ୍କ ଗହଣରେ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ ଓ ଗଜପତି। ଏହା ସହ ଫଳକ ଉନ୍ମୋଚନ ପରେ ମୁଖ୍ୟମନ୍ତ୍ରୀ ସିଂହଦ୍ଵାର ସାମନାରେ ଅରୁଣ ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଲେ।