ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ

ବିରଞ୍ଚି ତ୍ରିପାଠୀ ଯୁବ ମୋର୍ଚ୍ଚା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନିଯୁକ୍ତ କଲେ ରାଜ୍ୟ ସଭାପତି

ଭୁବନେଶ୍ବର, ୧୮/୦୧/୨୦୨୪: ଓଡ଼ିଶା ବିଜେପିର ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ନିଯୁକ୍ତ କରିଛନ୍ତି ସଭାପତି ମନମୋହନ ସାମଲ।

ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମହିଳା ମୋର୍ଚ୍ଚା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଓବିସି ମୋର୍ଚ୍ଚା, ଦଳୀୟ ସମ୍ପାଦକ ରମେଶ ସାହୁଙ୍କୁ ଏସସି ମୋର୍ଚ୍ଚା, ଉପସଭାପତି ସୁକେଶୀ ଓରାମଙ୍କୁ ଏସଟି ମୋର୍ଚ୍ଚା ଏବଂ ଗୋଲକ ପ୍ରସାଦ ମହାପାତ୍ରଙ୍କୁ କୃଷକ ମୋର୍ଚ୍ଚା ଶାଖାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।