ସ୍ଥାପିତ ହେଲେ ରାମଲାଲା

ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି।

୨୨ରେ ପ୍ରାଣ ପ୍ରତିଷ୍ଠା

ଉତ୍ତରପ୍ରଦେଶ, ୧୮/୦୧/୨୦୨୪: ଅଯୋଧ୍ୟାର ରାମ ମନ୍ଦିରରେ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରତିଷ୍ଠା ହେବା ପୂର୍ବରୁ ଏହାକୁ ୪ ଘଣ୍ଟା ପର୍ଯ୍ୟନ୍ତ ପୂଜା କରାଯାଇଥିଲା। ସମ୍ପୂର୍ଣ୍ଣ ବିଧି ଅନୁସାରେ ସ୍ଥାପିତ କରାଯାଇଛି। ଏହି ସମୟରେ ମୂର୍ତ୍ତିଶିଳ୍ପୀ ଯୋଗୀରାଜ ଓ ସାଧୁସନ୍ଥମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ପ୍ରତିମୂର୍ତ୍ତି ଏବେ ଆଚ୍ଛାଦିତ ରହିଛି। ରାମଲାଲାଙ୍କ ମୂର୍ତ୍ତିର ଓଜନ ୧୫୦ରୁ ୨୦୦ କେଜି ଏବଂ ଉଚ୍ଚତା ୫୧ ଇଞ୍ଚ। ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଉଦଘାଟନ କରିବେ।