ଜଂଘାଦେଓଙ୍କ ଯାତ୍ରା ଅନୁଷ୍ଠିତ

ଲୋଇସିଂହାର ଗଣ୍ଡ ସମ୍ପ୍ରଦାୟର ଆରାଧ୍ୟ ଦେବତା ଜଙ୍ଘାଦେଓଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।

ଗଣ୍ଡ ସମ୍ପ୍ରଦାୟର ପାରମ୍ପରିକ ଯାତ୍ରା

ବଲାଙ୍ଗୀର, ୧୯/୦୧/୨୦୨୪: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଠାରେ ଗଣ୍ଡ ସମ୍ପ୍ରଦାୟ ର ଆରାଧ୍ୟ ଦେବତା ଜଙ୍ଘାଦେଓ ଙ୍କ ଯାତ୍ରା ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ପୌଷ ମାସ ସପ୍ତମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l କିମ୍ବଦନ୍ତୀ ଅନୁସାରେ ଏକ ବିପଦ ସମୟରେ ଜଂଘାଦେଓ ଦେବତା ପାଟଣା ରାଜା ଙ୍କୁ ରକ୍ଷା କରିଥିଲେ l ତେଣୁ ପାଟଣା ରାଜା ଜଂଘାଦେଓ ଙ୍କୁ ପୂଜା କରିବା ପାଇଁ ବାବନ ଖଣ୍ଡ ଗାଁ ଦେଇଥିଲେ l ସେହିଦିନ ଠାରୁ ଜଙ୍ଘାଦେଓ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଛି l ଜଂଘାଦେଓ ଙ୍କୁ କେହିକେହି ଯୋଗାସଦା,ମାଣିକସଦା,ବଡଦେଓ ମଧ୍ୟ କହିଥାନ୍ତି l ଲୋଇସିଂହା ତଥା ଗଣ୍ଡ ସାମ୍ପ୍ରଦାୟର ଆରାଧ୍ୟ ଦେବତା ଜଂଘାଦେଓଙ୍କ ଯାତ୍ରା ରାଜାରାଜୁଡା ଅମଳରୁ ଅନୁଷ୍ଠିତ ହୋଇଆସୁଛି l ଯାତ୍ରା ପୂର୍ବଦିନ ଗ୍ରାମବାସୀ ଦେଇଥିବା ଘିଅ,କଳା ରାଶି କୁ ମିଶାଇ ପ୍ରସ୍ତୁତ ଲେପ ଦେବତା ଙ୍କୁ ମର୍ଦନ କରାଯାଇଥାଏ l ଯାତ୍ରା ଦିନ ଛତର ଓ ନିଶାନ କୁ ପୂଜା କରାଯାଇ ସ୍ୱତନ୍ତ୍ର ବାଦ୍ୟ ବାଦନ ସହ ଜଂଘାଦେଓ ଦେବତା ଙ୍କୁ ପୂଜା କରାଯାଇଥାଏ l ମନ୍ଦିର ଭିତରେ ପୂଜା ପlଇସାରିବା ପରେ ପରମ୍ପରା ଅନୁସାରେ ପ୍ରଥମେ ଜମିଦାର ଘର ର ବଡ଼ ପୁତ୍ର ବଧୂ ଜଂଘାଦେଓ ଦେବତା ଙ୍କ ଗୋଡ଼ ଧୋଇ ପୂଜାର୍ଚନା କରିଥାନ୍ତି l ଏହାପରେ ଜଂଘାଦେଓ ପୂର୍ବ ପୁରୁଷଙ୍କୁ ଭେଟି ଜମିଦାର ଙ୍କ ଘରୁ ବାହାରିଥାନ୍ତି ଏବଂ ବରୁଆ ମାନଙ୍କ ସହ ଗାଁ ପରିକ୍ରମା କରିଥାନ୍ତି l ଏହି ସମୟରେ ଗ୍ରାମବାସୀ ନିଜ ଘର ସମ୍ମୁଖରେ କଳସ ରଖି ବଡଦେଓ ଙ୍କ ଗୋଡ଼ ଧୋଇ ପୂଜାର୍ଚନା କରିବା ସହ ଆଶୀର୍ବାଦ ନେଇଥାନ୍ତି l