ନିର୍ବାଚନ ପୂର୍ବରୁ ବଜେଟ ଅଧିବେଶନ

ଆସନ୍ତା ଫେବୃୟାରୀ ୫ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ।

ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ବର, ୧୯/୦୧/୨୦୨୪: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଯାହା ଓଡିଶା ବିଧାନସଭାର ଶେଷ ଅଧିବେଶନ ହେବ ବୋଲି ସୂଚନା ମିଳିଛି। ବଜେଟ୍ ଅଧିବେଶନ ଫେବ୍ରୁଆରି ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ଦେଇ ବଜେଟ୍ ଅଧିବେଶନର ଶୁଭାରମ୍ଭ କରିବେ।

ଏହି ଅଧିବେଶନରେ ୫ଟି କାର୍ଯ୍ୟ ଦିବସ ରହିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସର ଭୋଟ୍ ଅନ୍ ଆକାଉଣ୍ଟ ଉପସ୍ଥାପନ କରିବେ।