ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ଆଜି ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି।

ଜଳେଶ୍ଵରର ପୂର୍ବତନ ବିଧାୟକ ଥିଲେ ଜୟନାରାୟଣ

ଭୁବନେଶ୍ୱର, ୨୦/୦୧/୨୦୨୪: ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଡନୀ ରୋଗ ଓ ବାର୍ଦ୍ଧକ୍ୟ ଜନିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ।

ପୂର୍ବତନ ବିଧାୟକଙ୍କ ଦେହାନ୍ତ ସମ୍ପର୍କରେ ତାଙ୍କ ପୁଅ ସତ୍ୟକାମ ମହାନ୍ତି ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କଂଗ୍ରେସ ଟିକେଟରୁ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୫ରୁ ୨୦୦୪ ମଧ୍ୟରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।