ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ନୂତନ ବିଚାରପତି

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭାରାଲେ ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ପାଇବେ।

ଜଷ୍ଟିସ ଭାରାଲେ ହେବେ ୩ୟ ଦଳିତ ବିଚାରପତି

ନୂଆଦିଲ୍ଲୀ, ୧୯/୦୧/୨୦୨୪: ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବେ ନୂତନ ବିଚାରପତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭାରାଲେଙ୍କ ପଦୋନ୍ନତି ପାଇଁ କଲେଜିୟମ ସୁପାରିସ କରିବା ପରେ ସୁପ୍ରିମ୍ କୋର୍ଟରେ ଆଉ ଜଣେ ବିଚାରପତି ନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି।

ଯଦି ତାଙ୍କ ନିଯୁକ୍ତି ନିଶ୍ଚିତ ହୁଏ, ତେବେ ୨୦୨୫ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ବି.ଆର୍ ଗୱାଇ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ପରେ ଜଷ୍ଟିସ୍ ଭାରାଲେ ହେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ତୃତୀୟ ଦଳିତ ବିଚାରପତି।

ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ୩ ଜଣ ଦଳିତ ବିଚାରପତି ରହିବେ। ୬୧ ବର୍ଷୀୟ ଜଷ୍ଟିସ ଭାରେଲା ଅକ୍ଟୋବର ୨୦୨୨ରେ ସେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଅନୁସୂଚିତ ଜାତିରୁ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠତମ ଏବଂ ଏକମାତ୍ର ମୁଖ୍ୟ ବିଚାରପତି।

ଗତ ମାସରେ ଇସ୍ତଫା ଦେଇଥିବା ଜଷ୍ଟିସ ଏସ୍ କେ କୌଲଙ୍କ ସ୍ଥାନରେ ଜଷ୍ଟିସ୍ ଭାରାଲେଙ୍କୁ ନିଯୁକ୍ତି ମିଳିବ।