ଫେବୃଆରୀ ୨୦ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

୫ ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ବର, ୦୩/୦୨/୨୦୨୪: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷା ହେବାର ଦେଢଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ତେବେ ଏଭଳି ନିଷ୍ପତ୍ତି ପ୍ରଥମଥର ପାଇଁ ନିଆଯାଇଛି।

ଏହା ସହ ମୋବାଇଲକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ବ୍ୟତୀତ ପରୀକ୍ଷା ସହ ଜଡିତ ଥିବା କୌଣସି ବ୍ୟକ୍ତି ପରୀକ୍ଷା ହଲକୁ ମୋବାଇଲ ନେଇପାରିବେ ନାହିଁ।

ଚଳିତ ବର୍ଷ ପରୀକ୍ଷା ପାଇଁ ୨୯୯୧ ହାଇସ୍କୁଲକୁ ସେଣ୍ଟର ଭାବେ ବଛା ଯାଇଥିବା ବେଳେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୦ ଦିନ ପୂର୍ବରୁ ଅନଲାଇନରେ ଆଡମିଟ କାର୍ଡ ଉପଲବ୍ଧ ହେବ।