‘ବିଧାନସଭାରେ ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ବିଧାନସଭାରେ ଭାଷା ଆଇନ' ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଓଡ଼ିଆ ଭାଷାର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ: ସିଏମ

ଭୁବନେଶ୍ବର, ୦୪/୦୨/୨୦୨୪: ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଭାଷକ ଆନ୍ଦୋଳନର ପ୍ରତିଷ୍ଠାତା ଶାଳଭେ ମରାଠାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକରେ ୧୯୪୮ମସିହାରେ ପ୍ରସ୍ତାବିତ ଭାଷା ଆଇନ, ୧୯୫୪ ମସିହାରେ ଭାଷା ଆଇନ ଗୃହୀତ ହେବା ଏବଂ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଭାଷା ଆଇନ ସଂଶୋଧନ କରିବା ପର୍ଯ୍ୟନ୍ତ ସମସ୍ତ ଆଲୋଚନାକୁ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଆ ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଭାଷାର ସୁରକ୍ଷା ଓ ପରବର୍ତ୍ତୀ ପିଢ଼ି ପାଇଁ ବୈଜ୍ଞାନିକ ଜ୍ଞାନର ପ୍ରୟୋଗ ପାଇଁ ଏହି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ସରକାରୀ ସ୍ତରରେ ପ୍ରୟାସ କରାଯାଉଛି।