ନବୀନଙ୍କ ୫ମ ପାଳିର ଅନ୍ତିମ ବିଧାନସଭା ଅଧିବେଶନ

•ଆଜି ବିଧାନସଭାରେ ବଜେଟ ଅଧିବେଶନରେ କାମଚଳା ବଜେଟ୍ ଉପସ୍ଥାପନା କରାଯାଇଛି। •ଅଧିବେଶନ ପରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରଥମ ୪ ମାସ ପାଇଁ କାମଚଳା ବଜେଟର ପରିମାଣ ୧.୧୮ ଲକ୍ଷ କୋଟି

ଭୁବନେଶ୍ବର, ୦୮/୦୨/୨୦୨୪: ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ବଜେଟ ଅଧିବେଶନରେ ଆଜି ବଜେଟ୍ ଉପସ୍ଥାପିତ ହୋଇଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରିଛନ୍ତି। ଷୋଡ଼ଶ ବିଧାନସଭାର ଏହା ହେଉଛି ଶେଷ ବଜେଟ୍।

ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ମୋଟ ବଜେଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବା ବେଳେ ପ୍ରଥମ ଚାରି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନା କରାଯାଇଛି। ୨୦୨୩-୨୪ରେ ରାଜସ୍ୱ ବଳକା ପରିମାଣ ୨୨ ହଜାର ୪୧୧ କୋଟି ଆକଳନ କରାଯାଇଥିବା ବେଳେ ମୋଟ ରାଜସ୍ୱ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଟଙ୍କାର ଆକଳନ କରାଯାଇଛି। ଆକଳନ ଅନୁଯାୟୀ, ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ଏବଂ ବେତନ, ପେନସନ, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୩ ହଜାର ୫ ଶହ କୋଟି ରହିବା ସହ ମୋଟ କାର୍ଯ୍ୟକ୍ରମ ପାଇଁ ୧ ଲକ୍ଷ ୪୦ ହଜାର କୋଟି ବ୍ୟୟବରାଦ କରାଯାଇଛି।

ଅର୍ଥମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ, ଓଡ଼ିଶା ୧୦୦ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହୋଇଛି। ୨୦୨୩-୨୪ରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୨୫% ରହିଥିଲା, ଯାହା ଜାତୀୟ ହାର ଠାରୁ ୧% ଅଧିକ। ରାଜ୍ୟ ମୁଣ୍ଡପିଛା ଆୟ ଏବଂ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ମଧ୍ୟ ୩୨%ରୁ ୧୩%କୁ ହ୍ରାସ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରାଥମିକ ଆକଳନ ଅନୁଯାୟୀ ଓଡ଼ିଶାର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ। ଗତ ଥର ବଜେଟ ଅପେକ୍ଷା ୧୬.୬% ଅଧିକ ବ୍ୟୟ ବରାଦ ହୋଇଛି।

କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ:-
କୃଷି ବିଭାଗକୁ ୨୮,୯୪୪ କୋଟି
ପଞ୍ଚାୟତିରାଜ ବିଭାଗକୁ ୨୨,୫୪୩ କୋଟି
ସଡକ, ସେତୁ, ଏୟାରପୋର୍ଟ ଓ ରେଲୱେ ବିକାଶ ପାଇଁ ୨୧,୦୦୦ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି
ସ୍ୱାସ୍ଥ୍ୟ ବିଭାଗକୁ ୧୯,୭୨୯ କୋଟି
ଜଳସମ୍ପଦ ବିଭାଗକୁ ୧୩,୨୬୭ କୋଟି
ଯୋଜନା ଓ ସଂଯୋଜନା ବିଭାଗକୁ ୧୨,୦୪୩ କୋଟି
ନିର୍ମାଣ ବିଭାଗକୁ ୧୦,୯୫୦ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୯,୩୩୦ କୋଟି
ଗୃହ ବିଭାଗକୁ ୮,୬୪୧ କୋଟି
ମହିଳା ଓ ଶିଶୁ ବିକାଶ ବିଭାଗକୁ ୫୦୧୫.୧୫ କୋଟି
ନଗର ଉନ୍ନୟନ ବିଭାଗକୁ ୪,୧୮୦ କୋଟି
ଏସସି/ଏସଟି ବିଭାଗକୁ ୨୩୩୯ କୋଟି
ଶକ୍ତି ବିଭାଗକୁ ୧୬୫୨ କୋଟି
ଜଙ୍ଗଲ ଓ ପରିବେଶ ବିଭାଗକୁ ୮୫୯ କୋଟି
ପର୍ଯ୍ୟଟନ ବିଭାଗକୁ ୮୧୭.୯୫ କୋଟି
ଉଚ୍ଚଶିକ୍ଷା ବିଭାଗ ୩୪୬୯.୮୩ କୋଟି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ୩୯୭୦.୨୯ କୋଟି
ପିଏମ ଆବାସ ରାଜ୍ୟ ଭାଗ-୪୦୦୦ କୋଟି
ସହରାଞ୍ଚଳ ସଡକ ପରିବହନ ପାଇଁ ୧୨୦୦ କୋଟି
ଲକ୍ଷ୍ମୀ ଯୋଜନାରେ ୧୭୪୫ଟି ବସ ଚଳାଚଳ ପାଇଁ ୧୧୯୧ କୋଟି
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି
ରାସ୍ତା ଉନ୍ନତିକରଣ ପାଇଁ ୬,୧୯୪ କୋଟି
ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧,୧୭୬ କୋଟି
ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨୦୦୦ କୋଟିର ରିଭଲଭିଂ ଫଣ୍ଡ
ଆଗାମୀ ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରଣ ପାଇଁ ୩୩୮୯ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟି
ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ରୋଗୀ ସେବା ପାଇଁ ୧୩୧୪ କୋଟି
ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୪୦୦୦ କୋଟି
୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି
ମିଶନ ଶକ୍ତି ପାଇଁ ୨୭୬୧ କୋଟି
ବସୁଧା ଯୋଜନା ପାଇଁ ୨୦୦୦ କୋଟି
କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୮୫୨ କୋଟି
ରେଳ ପ୍ରକଳ୍ପ ପାଇଁ ୭୦୦ କୋଟି
ଗଗଡ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟି
ମମତା ଯୋଜନା ପାଇଁ ୫୨୧ କୋଟି
ଦକ୍ଷତା ବିକାଶ ପାଇଁ ୭୦୯ କୋଟି
୩ ବର୍ଷରେ ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩୮୫ କୋଟି
ବିଜୁ ପକ୍କା ଘର ପାଇଁ ୧୦୦ କୋଟି
ପିଏମ ଆବାସ ସହର ପାଇଁ ୬୯୨ କୋଟି
ବିଜୁ ସେତୁ ପାଇଁ ୨୦୦ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ୭୨ କୋଟି