ସଂତୃପ୍ତ ମିଶ୍ର ହେଲେ ବିଜେଡିର ଜାତୀୟ ମୁଖପାତ୍ର

ଆଜି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ଡ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି।

ସଞ୍ଜୟ ଦାସବର୍ମାଙ୍କୁ ନୂତନ ଦାୟିତ୍ବ

ଭୁବନେଶ୍ବର, ୦୯/୦୨/୨୦୨୪: ଆଜି ସକାଳେ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ମୁଖ୍ୟ ଡ. ସଂତୃପ୍ତ ମିଶ୍ର ବିଜୁ ଜନତା ଦଳରେ ଯୋଗ ଦେଇଥିବା ବେଳେ ଆଜି ହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନୂତନ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଏଥର ଡ. ମିଶ୍ର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରିବେ। ଏହାସହ ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି ନବୀନ। ଉଭୟ ତାଙ୍କ ପଦର ସଠିକ ଉପଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ନୂତନ ଦାୟିତ୍ବ ନେଇ ଡ. ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ବିଶ୍ୱାସର ସହିତ ମୋତେ ଏହି ଦାୟିତ୍ୱ ଦେଇଛନ୍ତି, ଯାହା ମୋ ପାଇଁ ପ୍ରେରଣା ଦାୟକ। ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବି।