କୋଟିପତି ଆରଟିଓଙ୍କୁ ଗିରଫ କଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରାଯାଇ ତାଙ୍କ ପାଖରୁ ୧୯ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର, ୧୬/୦୨/୨୦୨୪: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ପାଖରୁ ଜବତ ହୋଇଛି ୧୯ କୋଟି ଟଙ୍କାର ବେହିସାବ ସମ୍ପତ୍ତି।

ଗତ କାଲି ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ବିଭିନ୍ନ ସ୍ଥାନରେ ୧୪ କୋଟି ୫୦ ଲକ୍ଷ ଟଙ୍କାର ଫ୍ଲାଟ୍ ଏବଂ ୪ କୋଟି ୫୦ ଲକ୍ଷ ଟଙ୍କାର ଅଳଙ୍କାର, ଚାରି ଚକିଆ ଗାଡ଼ି ଓ ସ୍ଥାବର ସମ୍ପତ୍ତି ରହିଥିବାର ଜଣାପଡ଼ିଥିଲା। ମହାପାତ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା।