ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଇସିଆଇ

ଗତ କାଲି ନିର୍ବାଚନ କମିଶନଙ୍କ ଏକ ୮ ଜଣିଆ ଟିମ୍ ୩ ଦିନିଆ ଗସ୍ତରେ ଓଡିଶା ଆସି ପହଞ୍ଚିଥିଲେ।

ରାଜନୈତିକ ଦଳ ସହ ଇସିଆଇଙ୍କ ଆଲୋଚନା

ଭୁବନେଶ୍ବର, ୧୬/୦୨/୨୦୨୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ବାଧୀନ ନିର୍ବାଚନ କମିସନଙ୍କ ୮ ଜଣିଆ ଟିମ୍ ଗତ କାଲି ରାତିରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ସିଇସି ରାଜୀବ କୁମାରଙ୍କ ନେତୃତ୍ୱରେ ଏହି ଟିମରେ ଡେପୁଟି କମିସନର ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା, ବରିଷ୍ଠ ଉପ ନିର୍ବାଚନ କମିଶନର ନିତେଶ କୁମାର ବ୍ୟାସ ପ୍ରମୁଖ ସାମିଲ ଅଛନ୍ତି।

ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଦଳମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ପ୍ରଥମେ ଜାତୀୟ ଦଳ ଆଲୋଚନା କରିବା ପରେ ଆଞ୍ଚଳିକ ଦଳ ଏବଂ ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକା ସମୟରେ ହେବ। ମୁକ୍ତ ଓ ଅବାଧ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଆଗାମୀ ଦୁଇ ଦିନ ମଧ୍ୟରେ ନିର୍ବାଚନ କମିଶନଙ୍କ ଟିମ୍ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ଏସପି, ପ୍ରବର୍ତ୍ତନ ଏଜେନ୍ସି, ରାଜ୍ୟ ନୋଡାଲ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହାବ୍ୟତୀତ ଏହି ଟିମ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ସ୍ଥିତି ଏବଂ ଏକକାଳୀନ ନିର୍ବାଚନ ପାଇଁ ବୁଥ୍ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିବ।